ରାଗିଲେ ମଲ୍ଲିକା

ମୁମ୍ବାଇ: ବଲିଉଡ୍ ନାୟିକା ମଲ୍ଲିକା ସେରାୱତ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ବୋଲ୍ଡ ନେସ୍ ପାଇଁ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ବେଶ୍ କିଛି ସମୟ ହେବ ବଡ ପରଦାରୁ ଦୂରେଇ ରହିଥିଲେ କହିଲେ ଚଳେ । ଏବେ କିନ୍ତୁ ସେ ତାଙ୍କର ୱେବ ଶୋ ନକାବକୁ ନେଇ ଖୁବ୍ ଚର୍ଚ୍ଚାରେ । ଏଥିରେ ମଲ୍ଲିକା ଜୋହର ମେହେରା ଚରିତ୍ରରେ ଅଭିନୟ କରିଛନ୍ତି ଯାହା ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାରେକ୍ଟର । ଏବେ ଶୁଣିବାକୁ ମିଳିଛି କି ମଲ୍ଲିକା ଏକ ହରର ଫିଲ୍ମ ‘ରୋଜି ଦ ସାର୍ଫନ ଚାପ୍ଟର’ରେ ନଜର ଆସିବେ । ଏଥିରେ ସେ ଅରବାଜ ଖାଁଙ୍କ ସହ ମିଶି ଅଭିନୟ କରିବେ । ଏମିତି ଖବରକୁ ନେଇ ଏବେ ମଲ୍ଲିକା ସମାନ୍ୟ ରାଗି ଯାଇଛନ୍ତି । କାରଣ ସେ କହିଛନ୍ତି ‘ରୋଜି ଦ ସାର୍ଫନ ଚାପ୍ଟର’ରେ ସେ କାମ କରୁ ନାହାଁନ୍ତି । ହେଲେ କିଛିଦିନ ପୂର୍ବରୁ ଅରବାଜ କହିଥିଲେ କି ‘ରୋଜି ଦ ସାର୍ଫନ ଚାପ୍ଟର’ର କଳାକାର ତାଲିକାରେ ସେ ସାମିଲ ହୋଇଗଲେ । ସେ ଏକ ପୋଷ୍ଟ କରି ଲେଖିଥିଲେ, ‘‘#RosieTheSaffronChapter ରେ ସେ ଏକ ପୋଲିସବାଲା ଭୂମିକାରେ ନଜର ଆସିବେ । ଯାହାକୁ ନେଇ ସେ ବହୁତ ଖୁସି ଅଛନ୍ତି । @palaktiwarii @mallikasherawat। ଫାଇନାଲ ଶୁଟର ସେଡୁଲ ଶୀଘ୍ର ଆରମ୍ଭ କରାଯିବ । ଟିଜର ଆଉଟ୍ ।’ ଏଥିରୁ ସ୍ପଷ୍ଟ ହେଉଥିଲା କି ମଲ୍ଲିକା ବି ଏଥିରେ ଅଭିନୟ କରୁଛନ୍ତି । ହେଲେ ଏବେ ମଲ୍ଲିକା କହିଛନ୍ତି ସେ ଏହି ଫିଲ୍ମରେ ଅଭିନୟ କରୁ ନାହାନ୍ତି । ସେ ଏବେ ରଜତ କପୁରଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ଅରବାଜଙ୍କ ସହ ନୁହେଁ ବୋଲି ମଲ୍ଲିକା କହିଛନ୍ତି । ଏମିତି ‘ରୋଜି ଦ ସାର୍ଫନ ଚାପ୍ଟର’ ଏକ ସତ ଘଟଣା ଉପରେ ଆଧାରିତ । ଏହା ରୋଜି ନାମକ ଏକ ବିପିଓ କର୍ମଚାରୀଙ୍କ କାହାଣୀ ଯିଏ ହଠାତ୍ ନିଖୋଜ ହୋଇଯାଉଛନ୍ତି । ଟେଲିଭିଜନ ଆକ୍ଟ୍ରେସ୍ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱରି ଏଥିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ରୋଜି ଭୂମିକାରେ ନଜର ଆସିବେ ।

Share