ବଲିଉଡ୍ ଅଭିନେତ୍ରୀ ମଲିକା ଶେରାଓ୍ବତ୍ଙ୍କୁ କିଏ ବା ନ ଜାଣେ। ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ମଲ୍ଲିକା ବଲିଉଡ୍ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ଇମରାନ ହାଶମୀଙ୍କ ସହ ଫିଲ୍ମ ‘ମର୍ଡର’ରେ କାମ କରିବା ପରଠାରୁ ସେ ବଦ୍ନାମ ହୋଇଯାଇଥିଲେ। ବଲିଉଡ୍ ସାଙ୍ଗକୁ ସେ ହଲିଉଡ୍ରେ ମଧ୍ୟ କାମ କରିସାରିଛନ୍ତି।
ମଲ୍ଲିକାଙ୍କର ପ୍ରକୃତ ନାମ ହେଉଛି ଲୀମା ଲମ୍ବା। ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ନିଜ ନାମକୁ ବଦଳାଇ ମଲ୍ଲିକା ରଖିଥିଲେ। ତେବେ ଖୁବ୍ କମ୍ ଲୋକ ଜାଣିଥିବେ, ମଲ୍ଲିକା ବଲିଉଡ୍ରେ ପାଦ ଦେବା ପୂର୍ବରୁ ବିବାହିତା ଥିଲେ। ଦିଲ୍ଲୀର ଜଣେ ପାଇଲଟ୍ କରଣ ସିଂହ ଗିଲଙ୍କୁ ସେ ବିବାହ କରିଥିଲେ। ମାତ୍ର ବିବାହର ବର୍ଷକ ମଧ୍ୟରେ ସେମାନଙ୍କର ଛାଡପତ୍ର ହୋଇଯାଇଥିଲା। ମଲ୍ଲିକା ଇମରାନଙ୍କ ସହ କାମ କରିବା ସମୟରେ କରିଥିଲେ, ମୁଁ ଏଭଳି ଫିଲ୍ମ କରି ନିଜ ଆଖିରେ ନିଜେ ତଳକୁ ଖସିଯାଇଛି। ଏହା ପରଠାରୁ ମୋତେ କେବଳ ବୋଲ୍ଡ ଫିଲ୍ମ ମିଳୁଛି। ଏଥିପାଇଁ ସେ ବିରକ୍ତ ହୋଇଯାଇଥିବା ମଧ୍ୟ କହିଥିଲେ।