Categories: ଜାତୀୟ

ଚାଇନା ଉପରେ କେବେ ହେବ ଚର୍ଚ୍ଚା? ମୋଦିଙ୍କୁ ପ୍ରଶ୍ନ କଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୧୨: ଚାଇନା ବିବାଦକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଖାଗେର୍ର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତିି ଯେ, ଡୋକଲାମରୁ ଜାମଫେରୀ ରିଜ ପର୍ଯ୍ୟନ୍ତ ଚାଇନା ନିଜର ନିର୍ମାଣ କାର୍ଯ୍ୟ ଚଳାଇଛି। ଯାହା ଭାରତର ସିଲିଗୁରି କରିଡରକୁ ବିପଦରେ ପକାଉଛି। ଏହା ଉତ୍ତର-ପୂର୍ବ ଭାରତର ପ୍ରବେଶ ଦ୍ୱାର ଅଟେ। ଆମର ଜାତୀୟ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଚିନ୍ତାର ବିଷୟ! ତେବେ ଚାଇନା ଉପରେ କେବେ ଚର୍ଚ୍ଚା ହେବ ବୋଲି ମୋଦିଙ୍କୁ ସେ ପ୍ରଶ୍ନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଖାର୍ଗେ ସରକାରଙ୍କୁ ପଚାରିଥିଲେ, ସଂସଦରେ ଚାଇନା ବିରୋଧରେ କହିବା ସମ୍ଭବ ନୁହେଁ କି? ଏହା ଅନୁମତିପ୍ରାପ୍ତ ନୁହେଁ କି? ଏହା ଜଣାପଡୁଛି ଯେ ମୋଦି ସରକାର ଆଖିରେ ଚାଇନା ଚଷମା ପିନ୍ଧି ଦେଇଛନ୍ତି। ତେବେ ତୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ସରକାର କେବଳ ମୂକ ଦର୍ଶକ ସାଜିଛନ୍ତି ବୋଲି ଖାର୍ଗେ ଅଭିଯୋଗ କରିଛନ୍ତି।

Share