ନୂଆଦିଲ୍ଲୀ,୧୧।୮: ଲୋକ ସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ପ୍ରସଙ୍ଗ ମଧ୍ୟ ରାଜ୍ୟ ସଭାରେ ଉଠିଛି। ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର କହିଛନ୍ତି ଯେ, ଆପଣ ଆମ ନେତାଙ୍କୁ ନିରବ ମୋଦିଙ୍କ ନାମ ନେଇଥିବାରୁ ନିଲମ୍ବନ କରିଛନ୍ତି, ଏତେ ଛୋଟ ମାମଲାରେ କିଏ ନିଲମ୍ବିତ କରେ?
ଖାର୍ଗେ କହିଛନ୍ତି ଯେ, ଗୃହରେ ବିତର୍କ ସମୟରେ ଯଦି ଜଣେ ସଦସ୍ୟ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରନ୍ତି ତେବେ ତାଙ୍କୁ ସେଠାରେ ବାଧା ଦିଆଯିବା ଉଚିତ୍। ତାଙ୍କ କଥା ଉପରେ ଆପତ୍ତି ମଧ୍ୟ ଉଠାଯାଇପାରେ କିନ୍ତୁ ଆପଣ ଆମ ନେତାଙ୍କୁ ଲୋକ ସଭାରେ ନିଲମ୍ବିତ କରିଛନ୍ତି। ନିରବ ଅର୍ଥ ଶାନ୍ତ କିନ୍ତୁ ତୁମେ ତାଙ୍କୁ ଏତେ ଛୋଟ ପ୍ରସଙ୍ଗରେ ନିଲମ୍ବିତ କରିଦେଲ।