Categories: ଜାତୀୟ

୩ ବର୍ଷ ଜେଲ ଦଣ୍ଡାଦେଶ ପରେ ଯଦି ଭାଜପା ଏମ୍‌ପି ଅଯୋଗ୍ୟ ନୁହନ୍ତି, ତେବେ ରାହୁଲ ଗାନ୍ଧୀ କାହିଁକି?

ନୂଆଦିଲ୍ଲୀ,୫।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ନେଇ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜଣେ ଭାଜପା ଏମ୍‌ପି ଅନୁସୂଚିତ ଜାତିର ଜଣେ ଡାକ୍ତରଙ୍କୁ ଚାପୁଡ଼ା ମାରିଥିଲେ। ଯାହାପରେ ଅନୁସୂଚିତ ଜାତି, ଜନଜାତି ଅତ୍ୟାଚାର ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପରେ ଏମ୍‌ପିଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ସେତେବେଳେ ତ ତାଙ୍କର ସଦସ୍ୟତା ରଦ୍ଦ ହୋଇ ନ ଥିଲା। ହେଲେ ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ତାଙ୍କର ସଦସ୍ୟତା ପଦ ରଦ୍ଦ କରିଦିଆଗଲା। ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ ଯେ ସରକାର କେଉଁ ଉପାୟରେ ଆଇନକୁ ନିଜ ହାତକୁ ନେଇ ଲୋକଙ୍କୁ ଅଯୋଗ୍ୟ କରୁଛନ୍ତି।
ଏବଂ ରାହୁଲ ଗାନ୍ଧୀଙ୍କ ସ୍ବରକୁ ବନ୍ଦ କରିବାକୁ ସରକାର କରିବାକୁ ବହୁ ଚେଷ୍ଟା କରୁଥିବା ଖାର୍ଗେ କହିଛନ୍ତି।

Share