Categories: ଜାତୀୟ

ନିର୍ବାଚନୀ ରାଜ୍ୟରେ ବୁଲୁଛନ୍ତି, ହେଲେ ମଣିପୁର ଉପରେ ଜବାବ ଦେବାକୁ ସମୟ ନାହିଁ: ଖାର୍ଗେ

ନୂଆଦିଲ୍ଲୀ,୧।୮: ମଣିପୁର ପ୍ରସଙ୍ଗରେ ବିରୋଧୀ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏହି ସମୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମିଳିତ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସରକାରଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ କରାଯାଇଥିଲା। ଏହି ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସରକାର ବିରୋଧୀଙ୍କୁ ରାଜ୍ୟ ସଭାରେ କହିବାକୁ ଅନୁମତି ଦେଉନାହାଁନ୍ତି, ସେ କହିଛନ୍ତି, ଆମେ ଚାହୁଁଛୁ ପ୍ରଧାନମନ୍ତ୍ରୀ ଗୃହକୁ ଆସି ମଣିପୁରର ସମ୍ପର୍କରେ ଜବାବ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ନିର୍ବାଚନୀ ରାଜ୍ୟକୁ ଯାଉଛନ୍ତି, ହେଲେ ମଣିପୁର ବିଷୟରେ କିଛି କହିବାକୁ ତାଙ୍କ ପାଖରେ ସମୟ ନାହିଁ।

ବିରୋଧୀଙ୍କ ଏହି ଖବରଦାତା ସମ୍ମିଳନୀରେ ବିଆରଏସ ମଧ୍ୟ ଭାଗ ନେଇଥିଲା। ମଣିପୁର ପ୍ରସଙ୍ଗରେ ସଂସଦରେ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଖାର୍ଗେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବାହାରେ ମନ୍ତବ୍ୟ ଦେଉଛନ୍ତି କି ଆପଣ ସଂସଦରେ କୁହନ୍ତୁ ଆମେ ଉତ୍ତର ଦେବୁ। ମଣିପୁର ଉପରେ ଏକ ସଂକ୍ଷିପ୍ତ ବିବୃତ୍ତି ଦେବାକୁ ତାଙ୍କର ସମୟ ନାହିଁ। ସରକାର ୧୭୬ ଭଳି ଆଲୋଚନା ବିଷୟରେ କହୁଥିବାବେଳେ ଆମେ ୨୬୭ ନିୟମ ଅନୁଯାୟୀ ମଣିପୁର ଉପରେ ଆଲୋଚନା କରିବାକୁ ଦାବି କରୁଛୁ। ଉଭୟଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି।

Share