Categories: ଜାତୀୟ

ମଲ୍ଲିକାର୍ଜୁନଙ୍କ ଉପରେ ୧୦୦ କୋଟିର ମାନହାନୀ ମାମଲା

ନୂଆଦିଲ୍ଲୀ,୧୫।୫: ବଜରଙ୍ଗ ଦଳକୁ ନେଇ ଦେଇଥିବା ବୟାନ ଆଧାରରେ ଏବେ ଅଡୁଆରେ ଫସିବାକୁ ଯାଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ଖାର୍ଗେଙ୍କୁ ବଜରଙ୍ଗ ଦଳକୁ ମାନହାନୀ ମାମଲାରେ ସମନ ଜାରି କରାଯାଇଛି। ସଙ୍ଗରୁରର ଜିଲା ଅଦାଲତର ସିଭଲ ଜଜ(ସିନିୟର ଡିଭିଜନ) ରମନଦୀପ କୌର ୧୦୦ କୋଟି ଟଙ୍କାର ମାନହାନୀ ମାମଲାରେ ଖାର୍ଗେଙ୍କୁ ସମନ ଜାରି କରିଛନ୍ତି।

ହିନ୍ଦୁ ସୁରକ୍ଷା ପରିଷଦ ବଜରଙ୍ଗ ଦଳ ହିନ୍ଦ ପ୍ରତିଷ୍ଠାତା ହିତେଶ ଭରଦ୍ବାଜ ସଙ୍ଗରୁର କୋର୍ଟରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ଆବେଦନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବଜରଙ୍ଗ ଦଳକୁ ଜାତୀୟ ବିରୋଧୀ ସଂଗଠନ ସହ ତୁଳନା କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବଦନାମ କରିଛନ୍ତି।

Share