Categories: ଜାତୀୟ

ଶପଥ ଗ୍ରହଣ ସମାରୋହରେ ଯୋଗଦେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିନଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଯୋଗଦେବେ। ଖାର୍ଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବରେ ଯୋଗଦେବେ ବୋଲି କଂଗ୍ରେସ ଏକ ବିବୃତ୍ତିରେ କହିଛି। ଗତକାଲି ଅନେକ ଇଣ୍ଡିଆ ବ୍ଲକ୍ ନେତାଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ବ୍ଲକ୍ ପାର୍ଟନର ଟିଏମସି ଏହି ଉତ୍ସବରେ ଯୋଗଦେବେ ନାହିଁ।

ଗତକାଲି କଂଗ୍ରେସ କାର୍ଯ୍ୟକଳରିଣୀ କମିଟି (ସିଡବ୍ଲ୍ୟୁଡିସି) ଡକାଯାଇ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀଦଳର ନେତାଙ୍କ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ତେବେ ରାହୁଲ ଏହି ପଦବୀ ଗ୍ରହଣ କରିବା ନିଷ୍ପତି ଜଣାଇବେ କହିଥିଲା ବେଳେ, ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ଦଳର ସଭାପତି ଭାବରେ ନିଶ୍ଚିତ କରାଯାଇଛି।

 

Share