Categories: ଜାତୀୟ

ମଣିପୁର ହିଂସା ମାମଲା: ଖାର୍ଗେଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ନେତାଙ୍କ ଏକ ପ୍ରତିନିଧୀ ଦଳ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତରେ ପ୍ରତିନିଧୀ ଦଳ ରାଷ୍ଟ୍ରପତିଙ୍କୁ ମଣିପୁର ହିଂସାରେ ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ କିମ୍ବା ସେବାରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଆମେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଶନ ଗଠନ କରିବାକୁ ଦାବି କରିଛୁ। କଂଗ୍ରେସ ଦ୍ୱାରା ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦଳ ପକ୍ଷରୁ ୧୨ ଟି ଦାବି କରାଯାଇଛି।

Share