Categories: ଜାତୀୟ

ସଂସଦର ଅଚଳାବସ୍ଥାକୁ ନେଇ ଅମିତ ଶାହାଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜ୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୨୬।୭: ମଣିପୁର ପ୍ରସଙ୍ଗ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଅଚଳାବସ୍ଥା ଯୋଗୁ ଗୃହ କାର୍ଯ୍ୟ ବଳି ପଡୁଛି। ସେପଟେ ପ୍ରତିଥର ଦୁଇ ଗୃହ ମୁଲତବୀ ପରେ ମୁଲତବୀ ହେଉଛି। ତେବେ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତିମଲ୍ଲିକାର୍ଜ୍ଜୁନ ଖର୍ଗେ। ସେ ଚିଠିରେ ଦର୍ଶାଇଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ମଣିପୁର ପ୍ରସଙ୍ଗରେ ନିଜର ବିବୃତି ରଖିବାକୁ ଆମେ ଅନୁରୋଧ କରୁଛୁ। କିନ୍ତୁ ମୋଦି ତାଙ୍କ ପ୍ରତିଷ୍ଠାକୁ ଆଞ୍ଚ ଆସିବ ବୋଲି ସେ ସଂସଦକୁ ଆସି ନିଜ ମତ ରଖୁ ନାହାନ୍ତି। ଆମେ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପାଇଁ ଆମେ କୌଣସି ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ।

ନିୟମ ୨୬୭ ଅନୁଯାୟୀ ବିରୋଧୀ ସାଂସଦରେ ବିତର୍କର ନୋଟିସ ଦେଇଛନ୍ତି, କିନ୍ତୁ କେବଳ ଶାସକ ଦଳରେ ବସିଥିବା ଲୋକମାନେ ଗୃହର ପ୍ରକ୍ରିୟାକୁ ଅବରୋଧ କରୁଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଲୋଚନ ପାଇଁ ଉଭୟ ଗୃହରେ ଚେଷ୍ଟା କରାଯାଉଥିଲେ ମଧ୍ୟ କ୍ରମାଗତ ଭାବରେ ଏପରି ଘଟୁଛି। ପ୍ରତିଥର ସଂସଦ କାର୍ଯ୍ୟ ଆରମ୍ଭ ହେଲେଏ ବିରୋଧୀ ଆଶା କରନ୍ତି ଯେ, ଏଥର ଗୃହ ସୁରୁଖୁରୁରେ ଚାଲିବ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଭିଁଏ ଏଥିପାଇଁ ନିରାଶ ହୋଇଛୁ।

 

Share