Categories: ଜାତୀୟ

ରାଜ୍ୟ ସଭା ହଟ୍ଟଗୋଳର ଯାଞ୍ଚ କମିଟିଠାରୁ ଦୂରେଇ ରହିଲା କଂଗ୍ରେସ, ଖଡ଼ଗେ କହିଲେ ଏମ୍‌ପିଙ୍କୁ ଧମକାଇବାର ପ୍ରୟାସ

ନୂଆଦିଲ୍ଲୀ,୧୦ ।୯: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ସମୟରେ ରାଜ୍ୟ ସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଠିତ ଯାଞ୍ଚ କମିଟିଠାରୁ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ ଦୂରେଇ ରହିଛନ୍ତି । ରାଜ୍ୟ ସଭାରେ ଅଗଷ୍ଟ ୧୧ରେ ହୋଇଥିବା ହଟ୍ଟଗୋଳର ଯାଞ୍ଚ କରିବା ପାଇଁ ଏକ ବିଶେଷ ଅନୁଶାସନାତ୍ମକ କମିଟି ଗଠନ କରିବାକୁ ରାଜ୍ୟ ସଭା ସଭାପତି ଏମ ଭେଙ୍କିୟା ନାଇଡୁଙ୍କ ଯୋଜନାକୁ ନେଇ ବାଧା ଉପୁଜିଛି । କାରଣ ପ୍ରାୟ ସମସ୍ତ ବିରୋଧି ଦଳ ଏହାଠାରୁ ଦୂରେଇ ରହିଛନ୍ତି । କେହି ଏହି କମିଟିର ସଦସ୍ୟ ହେବାକୁ ମନା କରି ଦେଇଛନ୍ତି । ଏହାକୁ ନେଇ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସଭାପତିଙ୍କୁ ପତ୍ର ଲେଖି କହିଛନ୍ତି, ଏହି କମିଟି ଏମ୍‌ପିଙ୍କୁ ଧମକାଇବାକୁ ଏକ ପ୍ରୟାସ ଫଳରେ ସେମାନେ ଯେମିତି କିଛି ନ କୁହନ୍ତି ।

Share