ଭୁବନେଶ୍ୱର,୧୩।୧(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଫେବୃୟାରୀରେ ଓଡ଼ିଶା ଆସିବେ । ଉଭୟ ଦଳର ‘ହାଥ୍ ସେ ହାଥ୍ ଯୋଡୋ’ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ସୂଚନା ଦେଇଛନ୍ତି।
ତେବେ ଦ୍ୱିତୀୟ ପର୍ଯାୟରେ ଚାଲିଥିବା ଓଡ଼ିଶା କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ସୁନ୍ଦରଗଡ଼ରେ ପହଞ୍ଚିଛି। ଆସନ୍ତା ଫେବୃୟାରୀ ୨ ତାରିଖରୁ ବୁଥ ସ୍ତର ସଂଗଠନକୁ ମଜଭୂତ କରିବାକୁ କଂଗ୍ରେସ ‘ହାଥ୍ ସେ ହାଥ୍ ଯୋଡୋ’ କାର୍ଯ୍ୟକ୍ରମ ଆରମ୍ଭ କରିବ। ଏହି କାର୍ଯ୍ୟକ୍ରମରେ ଖାର୍ଗେ ଓ ପ୍ରିୟଙ୍କା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।