Posted inଜାତୀୟ

ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ: ଭାଜପାକୁ ଟାର୍ଗେଟ୍‌ କଲେ ଖାର୍ଗେ

ନୂଆଦିଲ୍ଲୀ,୫।୮: ଟମାଟୋ ଠାରୁ ଆରମ୍ଭ କରି ସମସ୍ତ ପନିପରିବାର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି। ଏବେ ବିରୋଧୀମାନେ ମଧ୍ୟ ଏ ନେଇ ସରକାରଙ୍କୁ ଘେରିଛନ୍ତି। ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଖାର୍ଗେ କହିଛନ୍ତି, ଦରଦାମ୍‌ ବୃଦ୍ଧି ଏବଂ ବେକାରୀ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଭାଜପାକୁ କ୍ଷମତା ଲୋଭ ଘାରିଛି। ଜନସାଧାରଣ ଭୋଟ ଜରିଆରେ ଭାଜପାର ଫମ୍ପା ଖାଲି ସ୍ଲୋଗାନର ଜବାବ ଦେବେ। ଖାର୍ଗେ ଟୁଇଟ୍‌ ଯୋଗେ ଦରଦାମ୍‌ ବୃଦ୍ଧି ଏବଂ ମନରେଗା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ଖାର୍ଗେ ଟୁଇଟ୍‌ ଯୋଗେ କହିଛନ୍ତି, ମୋଦି ସରକାରଙ୍କ ଲୁଟ ଯୋଗୁ ଦରଦାମ୍‌ ବୃଦ୍ଧି ଏବଂ ବେରୋଜଗାରୀ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗ୍ରାମଗୁଡିକରେ ବେକାରୀ ହାର ୮.୭୩% ଅଟେ। ଗ୍ରାମଗୁଡିକରେ ମନରେଗା ଚାହିଦା ସର୍ବାଧିକ, କିନ୍ତୁ କୌଣସି କାମ ନାହିଁ। ଗ୍ରାମାଞ୍ଚଳର ବେତନ ହାର ହ୍ରାସ ପାଇଛି।
ମଲ୍ଲିକାର୍ଜୁନ ଖାର୍ଗେ ଆହୁରି ମଧ୍ୟ କହିଛନ୍ତି, ନରେନ୍ଦ୍ର ମୋଦି ଜୀ, ଦେଶର ଲୋକମାନେ ଜାଣନ୍ତି ଯେ, ନିର୍ବାଚନ ପୂର୍ବରୁ ଆପଣ ଅଛେ ଦିନ୍‌, ଅମୃତ କାଳ ଭଳି ସ୍ଲୋଗାନ ଦେଉଛନ୍ତି, ଯାହାଦ୍ୱାରା ବିଜ୍ଞାପନ ସାହାଯ୍ୟରେ ଆପଣଙ୍କର ବିଫଳତା ଲୁଚାଯାଇପାରିବ। କିନ୍ତୁ ଏଥର ଏହା ଘଟିବ ନାହିଁ, ଜନସାଧାରଣ ସଚେତନ ହୋଇଛନ୍ତି ଏବଂ ଭାଜପା ବିରୋଧରେ ଭୋଟ ଦେଇ ତୁମର ଫାଙ୍କା ସ୍ଲୋଗାନର ଜବାବ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ...

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା...

ଏହି ତାରିଖ ଦିନ ସୁପ୍ରିମକୋର୍ଟରେ ହେବ ଓ୍ବକ୍‌ଫ ଶୁଣାଣି

ନୂଆଦିଲ୍ଲୀ,୧୦।୪: ଓ୍ବକ୍‌ଫ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ପିଟିଶନଗୁଡ଼ିକର ଏକତ୍ର ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ...

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image