Categories: ଜାତୀୟ

ଚିତା ବିବାଦରେ ମଲ୍ଲିକାର୍ଜୁନଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ, ୧୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ନାମ୍ବିଆରୁ ଆଣାଯାଇଥିବା ୮ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ଏହି ଚିତାମାନଙ୍କର ଆଗମନ ସହିତ ଗୋଟିଏ ପଟେ ଦେଶରେ ଲୋକଙ୍କ ମଧ୍ୟରେ ଖୁସିଥିବାବେଳେ ଅପରପକ୍ଷରେ ରାଜନୀତି ମଧ୍ୟ ଆରମ୍ଭ ହୋଇଥିଲା। ଚିତା ବିବାଦରେ ଏବେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କର ଏଣ୍ଟ୍ରି ହୋଇଛି। ୮ଟି ଚିତାବାଘଙ୍କୁ ନେଇ ସେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସେ ଚିତାଙ୍କ ନୂତନ ନାମ କରଣ କରି ସରକାରଙ୍କୁ କଟାକ୍ଷ କରିଛନ୍ତି।

ମଲ୍ଲିକାର୍ଜୁନ ଖାର୍ଗେ ଟୁଇଟରରେ ଲେଖିଛନ୍ତି, ମୋଦି ସରକାର ଆଣିଥିବା ୮ ଟି ଚିତାଙ୍କ ନାମ ହେଉଛି ବେକାରୀ, ମୁଦ୍ରାସ୍ଫୀତି, ଦାରିଦ୍ର୍ୟ , କ୍ଷୁଧା, ସାମ୍ପ୍ରଦାୟିକତା, ଘୃଣା, ହିଂସା ଏବଂ ଦମନ। ସେମାନଙ୍କୁ ଭାରତର ଲୋକଙ୍କ ଉପରେ ମୋଦି ସରକାର ଖୋଲା ଛାଡି ଦେଇଛନ୍ତି।

Share