Categories: ବାଣିଜ୍ୟ

ମାଲ୍ୟା, ନୀରବଙ୍କ ପ୍ରତ୍ୟର୍ପଣ ତ୍ୱରାନ୍ବିତ ହେବ

ମୁମ୍ବାଇ: ପଳାତକ ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ବିତ ହେବାକୁ ଯାଉଛି। ଏହି ଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ଭାରତ ସରକାର ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ବ୍ରିଟେନ ଗୃହ ମନ୍ତ୍ରୀ ପ୍ରୀତି ପଟେଲ ଏ ନେଇ ଲଣ୍ଡନରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଜୟ ମାଲ୍ୟାଙ୍କୁ ଶୀଘ୍ର ଭାରତ ଫେରାଇ ଆଣିବା ନେଇ ବୈଠକରେ ଆଲୋଚନା ହୋଇଛି। ବ୍ରିଟେନରୁ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ଲାଗି ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି। ଏହାବାଦ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ମଧ୍ୟ ଆଲୋଚନାର ପରିସରଭୁକ୍ତ ହୋଇଛି। ମାଲ୍ୟା ଭାରତୀୟ ବ୍ୟାଙ୍କଗୁଡିକରେ ୯ ହଜାର କୋଟି ଟଙ୍କାର ଋଣ ଠକେଇ ଏବଂ ବେଆଇନ ଅର୍ଥ କାରବାର ମାମଲାରେ ଫସିଛନ୍ତି। ସେ ୨୦୧୬ରେ ଭାରତ ଛାଡ଼ି ପଳାୟନ କରିଥିଲେ। ସେହିଭଳି ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଜଡିତ ଅଛନ୍ତି। ଏହା ସହ ତାଙ୍କ ମାମୁ ମେହୁଲ ଚୋକ୍‌ସି ମଧ୍ୟ ଜଡ଼ିତ ଅଛନ୍ତି।

Share