ବଲିଉଡ୍‌ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ତଥା ଟିଭି ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାମୁତାବକ, ମଙ୍ଗଳବାର ରାତିରେ ମାଲଭିଙ୍କୁ ତାଙ୍କର ଜଣେ ପୁରୁଣା ବନ୍ଧୁ ଏକ ଛୁରୀରେ ହାଣି ହତ୍ୟା ଉଦ୍ୟମ କରିଥିଲେ। ଏ ନେଇ ମୁମ୍ବାଇ ଭର୍ସୋଭା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ତେବେ ଚିକିତ୍ସା ପରେ ମାଲଭି ବିପଦମୁକ୍ତ ଥିବା ଜଣାପଡ଼ିଛି।

ମାଲଭି ତେଲୁଗୁ ଏବଂ ମାଲୟାଲମ୍‌ରେ ଅନେକ ସିନେମାରେ କାମ କରିସାରିଛନ୍ତି। ଏଥିସହ ସେ ବଲିଉଡ୍‌ ସାଙ୍ଗକୁ କଲର ଟିଭିରେ ପ୍ରସାରିତ ଉଡାନ ଶୋ’ରେ ମଧ୍ୟ କାମ କରିଛନ୍ତି।

Share