Categories: ଜାତୀୟ

ଉଦୟନିଧିଙ୍କ ‘ସନାତନ’ ମନ୍ତବ୍ୟକୁ ଗଣହତ୍ୟା କହିବାରୁ ମାଲବ୍ୟଙ୍କ ନଁ।ରେ ମାମଲା

ନୂଆଦିଲ୍ଲୀ/ଚେନ୍ନାଇ,୭ା୯ : ତାମିଲନାଡୁ ମନ୍ତ୍ରୀ ତଥା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ଗଣହତ୍ୟା ଭାବେ ଅଭିହିତ କରିଥିବାରୁ ଭାଜପା ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ସନାତନ ଧର୍ମକୁ ବିରୋଧ ନ କରି ମୂଳପୋଛ କରିଦେବା ଉଚିତ ବୋଲି ଏକ କାର୍ଯ୍ୟକ୍ରମରେ କହିଥିଲେ।

ଏହାକୁ ନେଇ ବାକ୍‌ଯୁଦ୍ଧ ଜାରି ରହିଥିବାବେଳେ ମାଲବ୍ୟ ଶନିବାର ଏକ୍ସ’ରେ ଲେଖିଥିଲେ, ଉଦୟନିଧିଙ୍କ ସନାତନ ଧର୍ମ ଉପରେ ମନ୍ତବ୍ୟ ଏହି ଧର୍ମକୁ ଅନୁସରଣ କରୁଥିବା ଦେଶର ୮୦% ଜନସଂଖ୍ୟାର ଗଣହତ୍ୟା ପାଇଁ ଆହ୍ବାନ। ଏନେଇ ତାମିଲନାଡୁର ତ୍ରିଚି ପୋଲିସ ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫା ବଳରେ ମାମଲା ରୁଜୁ କରିଛି।

ଅନ୍ୟପକ୍ଷେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ମନା କରିଦେଇଥିବା ଉଦୟନିଧିଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ମୋଦି କହିଛନ୍ତି, ଏହି ମନ୍ତବ୍ୟର ଉପଯୁକ୍ତ ଜବାବ ଦିଆଯିବା ଉଚିତ।

Share