ବଦଳିଲା ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ

ଭବାନୀପାଟଣା,୨୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ମା’ମାଣିକେଶ୍ୱରୀ ମନ୍ଦିର ଦର୍ଶନ ସମୟ ଶନିବାରଠାରୁ ବଦଳିଛି। ମନ୍ଦିର ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ସା ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ଖୋଲା ରହିବ। ମଙ୍ଗଳବାର ଓ ଶନିବାରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ସପ୍ତାହର ସବୁଦିନ ଏହି ସମୟ ଲାଗୁ ରହିବ ବୋଲି ରାଜବାଟି ସୂତ୍ରରୁ ସୂଚନା ମିଳିଛି।