Categories: ଫୁରସତ

ବାହାରୁ ଦେଖିବାକୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍‌ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ବି ସେ ଅନେକ ଦିନ ପର୍ଯ୍ୟନ୍ତ ନିଜ ଘରେ ରହୁଥିଲେ।

ଦକ୍ଷିଣ କଲିକତାର ହରିଶ ଚାଟାର୍ଜୀ ଷ୍ଟ୍ରିଟ୍‌ରେ ରହିଛି ମମତାଙ୍କ ପୈତୃକ ଘର। ଦେଖିବାକୁ ଏହା ବେଶ୍‌ ସାଧାରଣ। ଏବେ ବି ଘରର ଛାତ ଟାଇଲ ଛପର ରହିଛି। ଭିତରେ ମଧ୍ୟ ସାଧାରଣ ସାଜସଜ୍ଜା କରାଯାଇଛି। ମମତାଙ୍କ ଏହି ଘରକୁ ଦେଶବିଦେଶର ଅନେକ ନାମୀଦାମି ବ୍ୟକ୍ତି ଆସିଛନ୍ତି। ଷ୍ଟିଲ୍‌ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌, ଅଟଳ ବିହାରୀ ବାଜପେୟୀ ପ୍ରମୁଖ ଅତିଥିଭାବେ ଏହି ଘରକୁ ଆସିଛନ୍ତି। ରାଜନୈତିକଠାରୁ ଆରମ୍ଭ କରି ସାମାଜିକ ପ୍ରସଙ୍ଗରେ ଏହି ଘରେ ବୈଠକ ହୋଇଥାଏ।

Share