Categories: ଜାତୀୟ

ଦିଦି ବଙ୍ଗଳାର ସିଂହୀ: ସଞ୍ଜୟ

ମୁମ୍ବାଇ,୧।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଙ୍ଗଳାର ସିଂହୀ ବୋଲି ବର୍ଣ୍ଣନା କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ବୁଧବାର ମମତାଙ୍କୁ ଭେଟିବା ପରେ ସଞ୍ଜୟ କହିଥିଲେ ଯେ, ଆମେ ସମସ୍ତେ ମିଶି କେନ୍ଦ୍ର ସରକାରଙ୍କ ବିରୋଧରେ ଲଢିବୁ। ଦିଦି ବଙ୍ଗଳାର ସିଂହୀ, ସେ ତାହା ପ୍ରମାଣିତ କରିଛନ୍ତି। ମମତା ବାନାର୍ଜୀ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ମମତା ନିଜେ ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କୁ ବିଶ୍ରାମ ନେବାକୁ ସୁଯୋଗ ଦିଆଯାଉ। କେନ୍ଦ୍ର ସହ ଏଭଳି ଲଢେଇରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେଥିପାଇଁ ମମତା ବାନାର୍ଜୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ରାମ ନେବାକୁ କହିଛନ୍ତି ବୋଲି ସଞ୍ଜୟ କହିଛନ୍ତି।
ଉଦ୍ଧବ ଠାକରେ ଅସୁସ୍ଥ ଥିବାରୁ ତାଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ମମତାଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟଙ୍କ ସାକ୍ଷାତ ସମୟରେ ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ।

 

Share