ଭାଜପା ଏମ୍‌ପିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଅଧଘଣ୍ଚା ଧରି ଚାଲିଲା ଆଲୋଚନା

କୋଲକାତା, ୧୮।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାରତୀୟ ଜନତା ଦଳର ଏମ୍‌ପି ଅନନ୍ତ ମହାରାଜ ଓରଫ୍‌ ନାଗେନ୍‌ ରାୟଙ୍କୁ ତାଙ୍କ କୁଚବିହାର ସ୍ଥିତ ଘରେ ଭେଟିଛନ୍ତି । ନାଗେନ୍‌ ମମତାଙ୍କୁ ପାରମ୍ପରିକ ପୋଷାକ ଏବଂ ପାନପତ୍ର ଦେଇ ସ଼୍ବାଗତ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା । ପାଖାପାଖି ଅଧଘଣ୍ଟା ଧରି ଏହି ଆଲୋଚନା ଜାରି ରହିଥିଲା । ହେଲେ କେଉଁ ବିଷୟରେ ଆଲୋଚନା ହୋଇଛି ସେ ସମ଼୍ବନ୍ଧରେ କିଛି ଜଣାପଡ଼ିନାହିଁ ।

ନାଗେନ୍‌ଙ୍କ ଘରେ ପହଞ୍ଚିବା ପୂର୍ବରୁ ମମତା ଜିଲ୍ଲା ମୁଖ୍ୟାଳୟ ପାଖ ମଦନ ମୋହନ ମନ୍ଦିରରେ ପୂଜା କରିଥିଲେ । ସିଲିଗୁଡ଼ିରେ ଉତ୍ତର ବଙ୍ଗ ମେଡିକାଲ କଲେଜ ଏବଂ ହସ୍ପିଟାଲ ଗସ୍ତକରି ସୋମବାର ସାରେ କୁଚବିହାର ପହଞ୍ଚିଥିଲେ । ସେଠାରେ ସେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାରେ ଆହତଙ୍କୁ ଭେଟିଥିଲେ ।

କୁଚବିହାର ଲୋକସଭା ସିଟ୍‌ରେ ନିଶିଥ୍‌ ପ୍ରାମିଣିକ୍‌ ଭାଜପା ପ୍ରାର୍ଥୀଙ୍କୁ ପାଖାପାଖି ୪୦ ହଜାରଭୋଟରେ ହରାଇଛନ୍ତି । ନିର୍ବାଚନ ଫଳ ପରେ ନାଗେନ୍‌ଙ୍କ ଅଞ୍ଚଳରେ ରଜବଂଶୀ ସମୁଦାୟର ଏକ ନିର୍ଦ୍ଧିଷ୍ଟ ବର୍ଗର ପ୍ରଭାବକୁ ଦେଖି ରାଜନୈତିକ ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଭାଜପା ପକ୍ଷରୁ ଏ ସମ଼୍ବନ୍ଧରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି ।

Share