Categories: ଜାତୀୟ

ମୋଦିଙ୍କୁ ଭେଟିବେ ଦିଦି

ନୂଆଦିଲ୍ଲୀ,୨୮।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଏକ ବୈଠକ କରି ବାତ୍ୟା ୟାସ ଯୋଗୁ ରାଜ୍ୟରେ ପ୍ରଭାବିତ ଅଞ୍ଚଳରେ ହୋଇଥିବା ସମ୍ପର୍କରେ ଆଲୋଚନା କରିବେ। ଦୁହେଁ କଲାଇକୁଣ୍ଡା ବାୟୁସେନା ଷ୍ଟେଶନରେ ଭେଟାଭେଟି ହେବେ। ଏହା ବ୍ୟତୀତ ଦୁହେଁ ୟାସ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ପୃଥକ ବିମାନ ଯାତ୍ରା କରିବେ। ଆଜି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ କଲାଇକୁଣ୍ଡା ଷ୍ଟେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବେ। ୟାସ୍‌ ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ରାଜ୍ୟପାଳ ମଧ୍ୟ ଯୋଗଦେବେ।
ପ୍ରଧାନମନ୍ତ୍ରୀ ଶୁକ୍ରବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ସମୀକ୍ଷା ବୈଠକ କରିବେ। ଏହା ପରେ ସେ ବାଲେଶ୍ୱର, ଭଦ୍ରକ ଏବଂ ପୂର୍ବ ମେଦିନୀପୁରରକୁ ଏକ ବିମାନ ଯାତ୍ରା କରିବେ।

Share