Categories: ଜାତୀୟ

ଚେତାବନୀ ଦେଲେ ମମତା: ନିର୍ବାଚନ ପରେ ନେବି ପଦକ୍ଷେପ

କୋଲକାତା, ୩୧।୩ : ଭାଜପାକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ମୁଁ ପଦକ୍ଷେପ ନେବି। କୋଲକାତାଠାରୁ ୯୦ କିମି ଦୂର ଗୋଘାଟଠାରେ ଆୟୋଜିତ ରାଲିରେ ମମତା ଏଭଳି କହିଛନ୍ତି। ନନ୍ଦିଗ୍ରାମରେ ପୁଣି ଥରେ ତୃଣମୂଳ କଂଗ୍ରେସ ମୁଖ୍ୟଙ୍କ ଉପରେ ଆକ୍ରମଣ ହୋଇଛି। ଅଭିଯୋଗ ଆଣିଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ। ଆଉ ଏହାର ପ୍ରମାଣ ତାଙ୍କ ପାଖରେ ଅଛି।

ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବାରୁ ପରେ ପଦକ୍ଷେପ ନିଆଯିବ। ମୋ କାର ଉପରେ ଆକ୍ରମଣ କରିବାକୁ ସାହସ କେମିତି ହେଲା। ନିର୍ବାଚନ ଆଚରଣ ବିଧି ଯୋଗୁ ମୁଁ ଚୁପ ବସିଛି । ନହେଲେ ଦେଖେଇ ଦେଇଥାନ୍ତି ବୋଲି ମମତା କହିଛନ୍ତି।

Share