ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ୍ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପୁଛି କରୋନା: ମମତା

କୋଲକାତା,୮ ।୧୦: ପଶ୍ଚିମବଙ୍ଗରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା କରୋନା ମହାମାରୀକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିନକୁ ଦିନ ନୂଆ ଦାବି ଉଠାଉଛନ୍ତି । ନିକଟରେ ସେ ମାନିଥିଲେ ଯେ ପଶ୍ଚିମବଙ୍ଗରେ କରୋନା ମହାମାରୀ ଗୋଷ୍ଠୀ ସଂକ୍ରମଣର ରୂପ ନେଇ ସାରିଲାଣି । ଏବେ ସେ କହିଛନ୍ତି ପଶ୍ଚିମବଙ୍ଗ ବାହାରୁ ରାଜ୍ୟ ମଧ୍ୟକୁ ଆସୁଥିବା ଟ୍ରକ୍ ଦ୍ୱାରା ସେଠାରେ କରୋନା ଭାଇରସ୍ ବ୍ୟାପୁଛି । ନିକଟରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଯୋଗ ଦେବା ଅବସରରେ ମମତା ଏହା କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ସଂକ୍ରମଣ କିପରି ବ୍ୟାପୁଛି ତା’ର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଟ୍ରକ୍ ଟ୍ରାୟରର ଫୋରେନସିକ୍ ଯାଞ୍ଚ କରାଗଲେ ଜଣାପଡିବ କି ତାହା ସଂକ୍ରମିତ କି ନା । ତେଣୁ ମୁମ୍ବାଇ, ଚେନ୍ନାଇ ଓ ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ୍ ଗୁଡିବର ଯାଞ୍ଚ କ କଥା ସେ ଉଠାଇଛନ୍ତି । ମମତା କହିଛନ୍ତି, କରୋନା କପଡା ଅବା ବ୍ୟାଗ୍ ଦ୍ୱାରା ସଂକ୍ରମିତ ହେଉଛି ବୋଲି ସୁନିଶ୍ଚିତ କରାଯାଇ ନାହିଁ ହେଲେ ମୋତେ ଲାଗୁଛି ଏହା ବାୟୁ ଦ୍ୱାରା ବି ବ୍ୟାପିପାରେ । ତେଣୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ୍ ଚାଳକ ସେମାନଙ୍କ ସହ ନିଜର ଖାଦ୍ୟ ନେଇ ଆସିବା ଦରକାର । ଏମାନେ ଢାବାରେ ବସି ଖାଇବା ଦ୍ୱାରା ବି କରୋନା ବ୍ୟାପୁଛି ବୋଲି ସେ କହିଛନ୍ତି ।

Share