ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା: ମମତା

କୋଲକାତା,୧୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଆବଶ୍ୟକ ଥିବା ସମସ୍ତ ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ କରୋନା ଭ୍ୟାକ୍ସିନ ଯୋଗାଇ ଦେବେ । ଏଥିପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ସୂଚନାଯୋଗ୍ୟ, ଦେଶରେ ୧୬ ଜାନୁୟାରୀ, ୨୦୨୧ରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ମମତା ରାଜ୍ୟବାସୀଙ୍କୁ କରୋନା ଭ୍ୟାକ୍ସିନ ମାଗଣରେ ଦେବେ ବୋଲି କହି ସାରିଲେଣି । ତେବେ ଜାନୁୟାରୀ ୧୬ରେ ବଛା ବଛା ଲୋକଙ୍କୁ ଟିକା ଦିଆଯିବ । ଏଥିରେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ହେଲ୍‌ଥ ୱାର୍କର, ୫୦ ବର୍ଷରୁ ଅଧିକ ବୟସର ଲୋକେ ଯେଉଁମାନେ ଜଟିଳ ରୋଗରେ ପୀଡ଼ିତ ସେହିମାନଙ୍କୁ ଏହା ପ୍ରଥମେ ଦିଆଯିବ ବୋଲି ଜଣାପଡିଛି ।

Share