କୋଲକାତା,୧୯।୩: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାାୟ ନିର୍ବାଚନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବାକ୍ବିତଣ୍ଡା ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନୀ ସଭାରେ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପାଠାରୁ ଦୂରରେ ରହିବାକୁ ସେ ଅନୁରୋଧ କରିବା ସହ ଯଦି ଭାଜପା ପଶ୍ଚିମବଙ୍ଗରେ ସରକାର ଗଢ଼େ ତେବେ ଲୁଟ୍ ଓ ଦଙ୍ଗା ହେବ। ଭୋଟ୍ଦେବା ସମୟରେ ଭାଜପା ଗଡ଼ବଡ଼ କରିପାରେ ଏଣୁ ଟିଏମ୍ସି କର୍ମକର୍ତ୍ତାଙ୍କୁ ସତର୍କ ରହିବାକୁ ସେ କହିଛନ୍ତି।
ପୂର୍ବ ମିଦନାପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାକୁ ଯାଇ ଟିଏମ୍ସି ସୁପ୍ରିମୋ ମମତା କହିଛନ୍ତି, ଭାଜପାକୁ ବାଏ ବାଏ କୁହନ୍ତୁ। ଆମେ ଭାଜପାକୁ ଚାହୁଁନା। ଆମେ ମୋଦିଙ୍କ ମୁହଁ ଦେଖିବାକୁ ଚାହୁଁନା। ଆମେ ଦଙ୍ଗା, ଲୁଟ୍, ଦୁର୍ଯ୍ୟୋଧନ, ଦୁଃଶାସନ ଏବଂ ମୀର ଜାଫରଙ୍କୁ ଚାହୁଁନା ବୋଲି ସେ କହିଛନ୍ତି।