Categories: ଜାତୀୟ

ନିର୍ବାଚନ ପ୍ରଚାର କରିପାରିବେ ନାହିଁ ମମତା

କୋଲକାତା, ୧୨ା୪- ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ (ଇସି)। ତୃଣମୂଳ କଂଗ୍ରେସ ସୁପ୍ରିମୋ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନିର୍ବାଚନ ରାଲି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଭାଗ ଭାଗ ନ ହୋଇ ଟିଏମ୍‌ସିକୁ ଭୋଟ ଦେବାକୁ କହିଥିଲେ। ଆଉ ଏକ ରାଲିରେ କେନ୍ଦ୍ରୀୟ ସୁରକ୍ଷା ବଳ ବିରୋଧରେ ମହିଳା ଭୋଟରଙ୍କୁ ବିଦ୍ରୋହ କରିବାକୁ ଆହ୍ବାନ ଦେଇଥିଲେ। ଏ ନେଇ ଇସିଙ୍କ ନିକଟରେ ଫେରାଦ ହୋଇଥିଲା ଭାଜପା।

ପ୍ରତିବନ୍ଧକ ଯୋଗୁ ମମତା ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ କୌଣସି ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ। ଇଲେକଶନ କମିଶନର ସୁନୀଲ ଆରୋରାଙ୍କ ଏହା ଅନ୍ତିମ ନିର୍ଦ୍ଦେଶ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଗତ ସପ୍ତାହରେ ଇସି ପକ୍ଷରୁ ଦୁଇଟି ନୋଟିସ ଜାରି କରାଯାଇଥିଲା।

Share