Categories: ଜାତୀୟ

‘ମମତାଙ୍କ ସରକାର ବି ଭାଙ୍ଗିବ’

କୋଲକାତା,୨୮ା୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭଳି ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ମଧ୍ୟ ଉପୁଜିବ ବୋଲି ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ପ୍ରକାଶ କରିଛନ୍ତି।

ଶୁଭେନ୍ଦୁଙ୍କ ମତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମଧ୍ୟ ୫ ବର୍ଷ ପୂରଣ କରିବା ପୂର୍ବରୁ ଭାଙ୍ଗିଯିବ। ଅଣଭାଜପା ଶାସିତ ଝାଡ଼ଖଣ୍ଡ ଏବଂ ରାଜସ୍ଥାନ ସରକାର ପ୍ରଥମେ ଅନୁରୂପ ସଙ୍କଟର ସାମ୍‌ନା କରିବେ। ପରେ ଟିଏମ୍‌ସିର ପାଳି ଆସିବ ବୋଲି ବିରୋଧୀ ଦଳ ନେତା ଶୁଭେନ୍ଦୁ କୁଚ୍‌ବିହାରରେ ଏକ ସଭାକୁ ସମ୍ବୋଧନ ବେଳେ ଏହା କହିଛନ୍ତି। ଏହାକୁ ନେଇ ଟିଏମ୍‌ସି ସାଧାରଣ ସମ୍ପାଦକ କୁନାଲ ଘୋଷ କହିଛନ୍ତି, ଭାଜପା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟର ମୁହଁ ଦେଖି ହତାଶ ହୋଇପଡ଼ିଛି। ତେଣୁ ଯେଣତେଣ ପ୍ରକାରେ କ୍ଷମତା ହାତେଇବାକୁ ଉଦ୍ୟମ ଚଳାଇଛି। ସେହିପରି ଭାଜପା ହିଁ ମହାରାଷ୍ଟ୍ରରେ ସଙ୍କଟ ସୃଷ୍ଟି କରାଇଛି ବୋଲି ଟିଏମ୍‌ସି ଏମ୍‌ପି ଶୁଖେନ୍ଦୁ ଶେଖର ରୟ ପ୍ରକାଶ କରିଛନ୍ତି।

Share