Categories: ଜାତୀୟ

ବିରୋଧି ଦଳଗୁଡ଼ିକୁ ମମତାଙ୍କ ଆହ୍ବାନ

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିରୋଧୀ ମେଣ୍ଟକୁ ସୁଦୃଢ଼ କରିବାକୁ ପୁଣିଥରେ ଅଣ୍ଟା ଭିଡ଼ିଛନ୍ତି। ବିରୋଧୀ ମେଣ୍ଟରେ କଂଗ୍ରେସକୁ ସାମିଲ କରିବା ଲାଗି ସେ ଆମନ୍ତ୍ରଣ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ବିରୋଧୀ ଦଳଗୁଡ଼ିକ ଏକାଠି ଲଢ଼ିପାରିବା। ଏଥର ନିର୍ବାଚନରେ କଂଗ୍ରେସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଆଗାମୀ ଦିନରେ ଭାଜପାକୁ ବଡ଼ ବ୍ୟବଧାନରେ ପରାଜିତ କରିବା ଲାଗି ବର୍ତ୍ତମାନର ଫଳାଫଳକୁ ସକାରାତ୍ମକ ଭାବେ ନେବା ଉଚିତ। ୨୦୨୪ ନିର୍ବାଚନ ଏକାଠି ଲଢ଼ିବା ପାଇଁ କଂଗ୍ରେସ ଯଦି ଚାହେଁ, ତେବେ ବର୍ତ୍ତମାନ ଆକ୍ରମଣାତ୍ମକ ନ ହୋଇ ସକାରାତ୍ମକ ହେଉ। ବର୍ତ୍ତମାନର ଫଳାଫଳ ୨୦୨୪ର ସଙ୍କେତ ଦେଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଟିଏମ୍‌ସି ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି। ଏହା ବାସ୍ତବତା ନୁହେଁ। ଇଭିଏମ୍‌ରେ ଜାଲିଆତି ହୋଇଥିବା ମମତା ଅଭିଯୋଗ କରିଛନ୍ତି। ଭାଜପା ନିର୍ବାଚନ କଳ, କେନ୍ଦ୍ରୀୟ ବଳ ଏବଂ ସଂସ୍ଥାର ଅପବ୍ୟବହାର କରି ଜିତିଯାଇଛି ବୋଲି ସେ କହିଛନ୍ତି।

Share