Categories: ଜାତୀୟ

ମମତା ବାନାର୍ଜୀଙ୍କ ହେଲା ସର୍ଜରୀ

କୋଲକାତା,୬।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାମ ଆଣ୍ଠୁରେ ଲାଗିଥିବା ଆଘାତର ଗୁରୁବାର ସର୍ଜରୀ କରାଯାଇଛି। ଏଥିପାଇଁ ତ୍ରୁଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତାଙ୍କୁ କୋଲକାତାର ସରକାରୀ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ହେଲିକପ୍ଟରରୁ ଓହ୍ଲାଇବା ସମୟରେ ମମତା ଆହତ ହୋଇଥିଲେ। ଗତ ସପ୍ତାହରେ ଖରାପ ପାଗ ଯୋଗୁ ହେଲିକପ୍ଟରକୁ ସିଲିଗୁରୀ ନିକଟ ସେଭୋକେ ଏୟାରବେସରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହି ସମୟରେ ସେ ବାମ ଆଣ୍ଠୁ ଲିଗାମେଣ୍ଟ ଏବଂ ବାମ କହୁଣିର ଗଣ୍ଠିରେ ମଧ୍ୟ ଆଘାତ ପାଇଥିଲେ। ତାଙ୍କୁ କିଛିଦିନ ପାଇଁ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ଜୁଲାଇ ୮ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ଦୁଇ ଦିନିଆ ଉତ୍ତର ଜିଲ୍ଲା ଗସ୍ତ ପରେ ବାନାର୍ଜୀ ଜୁନ ୨୭ରେ କୋଲକାତା ଫେରୁଥିଲେ। ଏହି ସମୟରେ ସେ ଆହତ ହୋଇଥିଲେ। ବାନାର୍ଜୀ ଆହତ ହେବା ପରେ ବାଗଡୋଗ୍ରା ବିମାନ ବନ୍ଦରରୁ ବିମାନ ଯୋଗେ କୋଲକାତା ଫେରିଥିଲେ। ସେ ବାଗଡୋଗ୍ରା ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାରେ ଆସିଥିଲେ।

Share