Categories: ଜାତୀୟ

ଜାତୀୟ ସଙ୍ଗୀତକୁ ଅପମାନ: ମମତାଙ୍କ ବିରୋଧରେ ଜାରି ହେଲା ସମନ

ନୂଆଦିଲ୍ଲୀ,୨।୨: ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ମହାନଗର ନିଗମ ମାଜିଷ୍ଟ୍ରେଟ୍‌ କୋର୍ଟ ମମତାଙ୍କୁ ମାର୍ଚ୍ଚ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସାଧାରଣ ସମାରୋହରେ ମମତା ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଜଣେ ଭାଜପା ନେତା ଅଭିଯୋଗ କରିଥିବା ଜଣାପଡ଼ିଛି।

ଗତ ବର୍ଷ ଡିସେମ୍ବରରେ ମମତା ଦୁଇ ଦିନିଆ ଗସ୍ତରେ ମୁମ୍ବାଇ ଯାଇଥିଲେ। ସେଠାରେ ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ନେଇ ବଲିଉଡ୍‌ର ସେଲିବ୍ରିଟିମାନଙ୍କ ସହ ବୈଠକ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସେ ଜାତୀୟ ସଙ୍ଗୀତର କେବଳ କିଛି ଧାଡ଼ି ପଢ଼ିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା।

Share