Categories: ଜାତୀୟ

ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ : କୋର୍ଟ ଯିବେ ମମତା

କୋଲକାତା,୨।୫ : ପଶ୍ଚିମବଙ୍ଗରେ ବୃହତ୍‌ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। କିନ୍ତୁ ନନ୍ଦିମ୍ରାମ ଆସନରେ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ଆସୁଛି। ମୁଁ ନନ୍ଦିଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି। ଏହା ବଡ଼ କଥା ନୁହେଁ। ଚିନ୍ତା କର ନାହିଁ। ଏହି ଆସନର ଭୋଟ ଗଣନାରେ କିଛି ବଦମାସି କରାଯାଇଛି। ଏହା ଅଭିଯୋଗରେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି ମମତା କହିଛନ୍ତି।

ଦିନ ସାରା ଚାଲିଥିବା ଭୋଟ ଗଣନାର ବିଭିନ୍ନ ରାଉଣ୍ଡରେ ମମତା ଓ ଶୁଭେନ୍ଦୁ ଆଗୁଆ ଥିଲେ। ଏକଦା ୧୨ ହଜାର ଭୋଟ ସହ ଆଗୁଆ ଥିଲେ ମମତା। କିନ୍ତୁ ୧,୭୩୬ ଭୋଟରେ ଶୁଭେନ୍ଦୁ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ଏଣୁ ନନ୍ଦିଗ୍ରାମର ଫଳାଫଳ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ଏ ସମ୍ପର୍କରେ ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ।

Share