କେଲକାତା,୧୬।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ମେ’୨୭ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ସେ ରାଜ୍ୟର ସମସ୍ୟା ସମସ୍ତଙ୍କ ସାମ୍ନାରେ ରଖିବେ।
ମମତା ଦାବି କରିଛନ୍ତି, ପୂର୍ବ ଯୋଜନା ଆୟୋଗ ରାଜ୍ୟମାନଙ୍କୁ କହିବା ଏବଂ ସମସ୍ୟାର ସମାଧାନ ପାଇଁ ଏକ ପ୍ଲାଟଫର୍ମ ଦେଇଛନ୍ତି, କିନ୍ତୁ କେନ୍ଦ୍ର ନୀତି ଆୟୋଗରେ ଆଲୋଚନା ପାଇଁ ଏଜେଣ୍ଡା ସ୍ଥିର କରିଛି।ସେ କହିଛନ୍ତି, ମୁଁ ଏହି ବୈଠକରେ ଯୋଗଦେବାକୁ ଯାଉଛି, କାରଣ ରାଜ୍ୟର ସମସ୍ୟା କହିବା ପାଇଁ ଏହା ବ୍ୟତୀତ ଅନ୍ୟ କୌଣସି ପ୍ଲାଟଫର୍ମ ନାହିଁ।