Categories: ଜାତୀୟ

ମୋଦିଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚାରିଦିନିଆ ଦିଲ୍ଲୀ ଗସ୍ତରେ। ଗୁରୁବାର ସେ ଏଠାରେ ପହଞ୍ଚିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେ ତାଙ୍କୁ ବାକି ରହିଥିବା ଜିଏସ୍‌ଟି ବାବଦ ଅର୍ଥ ଦେବାକୁ ଅନୁରୋଧ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ମମତା ୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ। ମୋଦିଙ୍କୁ ଭେଟିବା ପରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ମଧ୍ୟ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି।

Share