Categories: ଜାତୀୟ

ହାସଲ କରିବାକୁ ଚାହୁଁଥିଲେ ବଳିଦାନ ଦେବାକୁ ପଡିବ: କଂଗ୍ରେସକୁ ମମତାଙ୍କ ବାର୍ତ୍ତା

କୋଲକାତା,୧୫।୫: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ମମତା କହିଛନ୍ତି, ଯେଉଁ ସବୁ ସ୍ଥାନରେ କଂଗ୍ରେସର ଭଲ ସ୍ଥିତି ରହିଛି, ସେଠାରେ ଟିଏମସି ସମର୍ଥନ କରିବ। କିନ୍ତୁ ସମର୍ଥନ ଆଶା କରୁଥିବା କଂଗ୍ରେସକୁ ମଧ୍ୟ ଟିଏମସି ପ୍ରତି ସମାନ ଆଚରଣ ପ୍ରଦର୍ଶନ କରିବାକୁ ପଡିବ। ଟିଏମସି ଆପଣଙ୍କୁ କର୍ନାଟକରେ ସମର୍ଥନ କରିବ। କିନ୍ତୁ ଆପଣ ପଶ୍ଚିମବଙ୍ଗରେ ଆସି ମୋ ବିରୋଧରେ ଲଢିଲେ ଚଳିବ ନାହିଁ। ନୀତି ସମାନ ହେବା ଉଚିତ୍‌।

ମମତା ଆହୁରି କହିଛନ୍ତି, ଯଦି ଆପଣ କିଛି ଭଲ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କିଛି କ୍ଷେତ୍ରରେ ବଳିଦାନ ଦେବାକୁ ପଡିବ। ଯେଉଁଠାରେ ଆଞ୍ଚଳିକ ଦଳ ଶକ୍ତିଶାଳୀ, ସେଠାରେ ଭାଜପା ଲଢେଇ କରିପାରିବନାହିଁ।

Share