Categories: ଜାତୀୟ

ବଜେଟକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଏଲଆଇସି ଓ ସାଧାରଣ ବଜେଟ ୨୦୨୩କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଦାବି କରିଛନ୍ତି ଯେ ୟୁନିୟନ ବଜେଟ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ଦେଖି ପ୍ରସ୍ତୁତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭାରତୀୟ ଜନତା ପାର୍ଟି(ଭାଜପା) କେତେଜଣ ନେତାଙ୍କୁ ଲାଭାନ୍ୱିତ କରିବାକୁ ଜୀବନ ବୀମା ନିଗମ(ଏଲଆଇସି) ଓ ରାଷ୍ଟ୍ରୀୟ ବ୍ୟାଙ୍କରେ ଥିବା ଜମା ଟଙ୍କାର ବ୍ୟବହାର କରୁଛି । ଏହାସହ ସେ ୟୁନିୟନ ବଜେଟ ୨୦୨୩କୁ ନେଇ ବି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

Share