Categories: ଜାତୀୟ

ଇସିଙ୍କ ନୋଟିସର ଏଭଳି ଜବାବ ଦେଲେ ମମତା

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରତି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନୋଟିସ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଜବାବ ରଖିଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ପ୍ରତି ତାଙ୍କର ସର୍ବୋଚ୍ଚ ସମ୍ମାନ ରହିଛି। ତେବେ ଭୋଟରମାନଙ୍କୁ ସିଏପିଏଫ୍‌ ଭୟଭୀତ କରାଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ ଭୋଟ ଦେବା ନିମନ୍ତେ ପ୍ରଭାବିତ କରୁଥିବା ଗୁରୁତର ଅଭିଯୋଗ ଆସଛି। ଟିଏମ୍‌ସି ପକ୍ଷରୁ ଅନେକ ଏତଲା ଦାଏର ହୋଇଥିଲେ ହେଁ ମାତ୍ର ଅଳ୍ପ କେତୋଟିର ସମାଧାନ ହୋଇଛି। କେନ୍ଦ୍ରୀୟ ବଳ ବିରୋଧରେ ମନ୍ତବ୍ୟ ଦେଇ ସେ ନିର୍ବାଚନ ଆଚରଣ ବିଧି କିମ୍ବା ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର କୌଣସି ଧାରାର ଉଲ୍ଲଂଘନ କରି ନ ଥିବା ମମତା କହିଛନ୍ତି। ଇସିଙ୍କ ଆଗରେ ମମତା ଭାଷଣର କିଛି ଅଂଶ ମଧ୍ୟ ଉପସ୍ଥାପନ କରିଛନ୍ତି।

Share