Categories: ଜାତୀୟ

ପୀଡିତା ପରିବାରକୁ ‘ସରି’ କହିଲେ ମମତା, ଜାଣନ୍ତୁ କାହିଁକି

କୋଲକାତା,୨୮।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତା ସ୍ଥିତ ଆରଜି ମେଡିକାଲ କଲେଜରେ ହୋଇଥିବା ମହିଳା ଡାକ୍ତରଙ୍କୁ ଭୟାନକ ବଳାତ୍କାର ପରେ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସରେ ମମତା ପୀଡିତା ପରିବାରଙ୍କୁ ‘ସରି’ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି।

ତୃଣମୂଳ ଛାତ୍ର ପରିଷଦର ସ୍ଥାପନ ଦିବସକୁ ସେ ପୀଡିତାଙ୍କ ପରିବାରକୁ ସମର୍ପିତ କରିଛନ୍ତି। ସେ ଟ୍ବିଟ କରି କହିଛନ୍ତି, ସ୍ଥାପନା ଦିବସକୁ ମୁଁ ମୋର ଭଉଣୀକୁ ସମର୍ପିତ କରୁଛି। ଯିଏ କିଛିଦିନ ପୂର୍ବରୁ ଆରଜି ହସ୍ପିଟାଲ ମାମଲାରେ ଦୁଃଖଦ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ମୋର ଭଉଣୀଙ୍କ ପରିବାରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କୁ ଯେଉଁ କ୍ରୁରତାର ସହ ହତ୍ୟା କରାଯାଇଛି ସେଥିପାଇଁ ଅତିଶୀଘ୍ର ନ୍ୟାୟ ମିଳୁ ବୋଲି ଦାବି କରୁଛି।

ସୂଚନାଥାଉ କି, ପଶ୍ଚିମବଙ୍ଗରେ ଡାକ୍ତରଙ୍କ ସହ ହୋଇଥିବା ଜଘନ୍ୟ ବଳାତ୍କାର ଓ ହତ୍ୟା ଘଟଣାରେ ହଙ୍ଗାମା ଦେଖିବାକୁ ମିଳିଛି। ଛାତ୍ର ଓ ବିରୋଧୀ ନେତା ମମତାଙ୍କ ଇସ୍ତଫା ଦାବି କରି ବଡ଼ ଧରଣର ବିରୋଦ ପ୍ରଦର୍ଶନ କରୁଛନ୍ତି। ଭାଜପା ଆଜି ୧୨ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି।

Share