Categories: ଜାତୀୟ

ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ୧୦୦ ଥର ଉଠ୍‌ବସ୍‌ ହେବି: ଜାଣନ୍ତୁ ଏପରି କାହିଁକି କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗରେ ବେଶ୍‌ ଧୁମ୍‌ଧାମରେ ଦୂର୍ଗାପୂଜା ପାଳିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ ଅନୁମତି ଦେଇ ନ ଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ବିରୋଧ କରାଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ଏଭଳି ଆଦେଶ ଦିଆଯାଇ ନାହିଁ। ଏହିି ସର୍କୁଲାର ନକଲି। ପଶ୍ଚିମବଙ୍ଗବାସୀ ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ବୋଲି ପଶ୍ଚିମବଙ୍ଗ ପୋଲିସ କହିଛି। ଏହାଛଡ଼ା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେ ୧୦୦ ଥର ଉଠବସ୍‌ ହେବେ।

ଗୋଟିଏ ପଟେ ଦୁର୍ଗାପୂଜା ପଶ୍ଚିବଙ୍ଗ ଲୋକଙ୍କ ଅଗାଧ ଶ୍ରଦ୍ଧାର ପ୍ରତୀକ ହୋଇଥିବା ବେଳେ ଏଭଳି ଗୁଜବ ପ୍ରଚାର କରିବା ଭାଜପାର କାମ ବୋଲି ଟିଏମ୍‌ସି କହିଛି। ମମତାଙ୍କ ବିରୋଧରେ କହିବା ପାଇଁ ଭାଜପା ପାଖରେ କୌଣସି ପ୍ରସଙ୍ଗ ଆଉ ନାହିଁ। ଏଣୁ ସେ ଏଭଳି ଉପାୟ ଆପଣାଉଛି। ହେଲେ ଦୁର୍ଗାପୂଜା ବନ୍ଦ କରିବା ଲାଗି କୌଣସି ପ୍ରକାର ଆଦେଶ ଦିଆଯାଇ ନାହିଁ। ସୋସିଆଲ ମିଡିଆରେ କେବଳ ଗୁଜବ ପ୍ରଚାର କରାଯାଇଛି।

Share