Categories: ଜାତୀୟ

ପଶ୍ଚିମବଙ୍ଗରେ ପାଳନ କରାଯିବ ‘ଖେଲୋ ହୋବେ ଦିବସ’

କୋଲକାତା,୬ ।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଏବେବି ତୁତୁମେମେ ଲାଗି ରହିଛି । ମଙ୍ଗଳବାର ପୁଣିଥରେ ଭାଜପାକୁ ଟାର୍ଗେଟ କରି ମମତା କହିଛନ୍ତି ଯଦି ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନ ଭାଜପାକୁ ସହଯୋଗ କରି ନ ଥାନ୍ତେ ତେବେ ଭାଜପା ୩୦ ଆସନରେ ବି ବିଜୟଲାଭ କରି ପାରି ନ ଥାନ୍ତା । ତେବେ ନିର୍ବାଚନ ପ୍ରଚାର ସମୟରେ କର୍ମୀମାନେ ‘ଖେଲୋ ହୋବେ’ ବୋଲି ଖୁବ୍ ସ୍ଲୋଗାନ ଦେଉଥିଲେ । ଆଉ ଏବେ ରାଜ୍ୟରେ ଖୋଲୋ ହୋବେ ବା ଖେଳ ଦିବସ ପାଳନ କରାଯିବ ବୋଲି ମମତା କହିଛନ୍ତି ।

Share