Categories: ଜାତୀୟ

ଭାଜପା ଉପରେ ଆକ୍ରମଣ ତ ଦୂରର କଥା ତାକୁ ଛୁଇଁଲେ ଲଜ୍ୟା ଲାଗିବ: ମମତା

କୋଲକାତା,୨୪ ।୯: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଘର ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ମୃତ ଶରୀରକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ଆଉ ଏହାପରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ଶାସନ କାଳରେ କୌଣସି ଆଇନ କାନୁନ ଠିକ୍ ନାହିଁ । ତେଣୁ ଭାଜପା ଉପରେ ଆକ୍ରମଣ ତ ଦୂରର କଥା ତାକୁ ଛୁଇଁଲେବି ଲଜ୍ୟା ଲାଗିବ ବୋଲି କହିଛନ୍ତି ମମତା । ଭାଜପାର ଜଣେ କର୍ମୀଙ୍କର ନିର୍ବାଚନ ପରେ ମୃତ୍ୟୁ ହୋଇଥିଲା ଆଉ ଭାଜପା ତାଙ୍କ ମୃତ ଶରୀରକୁ ନେଇ ମୋ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲା । ଏହା ସବୁବେଳେ ଦୁର୍ଭାଗ୍ୟପୂର୍ଣ୍ଣ ହୋଇଥାଏ । ଆସାମରେ ଏନ୍‌ଆର୍‌ସିକୁ ନେଇ କେତେ ଲୋକଙ୍କର ମୃତ୍ୟୁ ହେଲା ସେତେବେଳେ କ’ଣ ଭାଜପାକୁ ଲଜ୍ୟା ଲାଗିଲା ନାହିଁ ବୋଲି ମମତା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଭାଜପା ଶାସନରେ କୌଣସି ଆଇନ ନାହିଁ ।

Share