Categories: ଜାତୀୟ

ନାମାଙ୍କନ ଦାଖଲ ପରେ ମମତାଙ୍କ ଉପରେ ଆକ୍ରମଣ

ନନ୍ଦିଗ୍ରାମ,୧୦।୩ : ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ଦାଖଲ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ମମତାଙ୍କ ଗୋଡ଼ରେ ଆଘାତ ଲାଗିଛି। ତେବେ ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଘଟଣା ସ୍ଥଳରୁ ଆସିଥିବା ଭିଡିଓରେ ମମତାଙ୍କୁ ସୁରକ୍ଷା କର୍ମୀ ଉଠାଇ ନେଇ କାର ପଛ ସିଟ୍‌ରେ ବସାଉଥିବା ଦେଖିବାକୁ ମିଳିଛି।

୬୬ ବର୍ଷୀୟା ମମତା ନନ୍ଦିଗ୍ରାମରେ ବୁଧବାର ରାତିରେ ରହିବା ନେଇ ଆଶା କରାଯାଉଥିଲା। ହେଲେ ଏହି ଘଟଣା ପରେ କୋଲକାତା ଅଭିମୁଖେ ବାହାରି ଯାଇଛନ୍ତି ମମତା। ଉଲ୍ଲେଖଯୋଗ୍ୟ, ନନ୍ଦିଗ୍ରାମ ଆସନରେ ରାଜ୍ୟ ବିଧାନ ସଭାର ସବୁଠୁ ବଡ଼ ମୁକାବିଲା ହେବାକୁ ଯାଉଛି। ଏଠାରେ ମମତାଙ୍କ ସମ୍ମୁଖୀନ ହେବେ ଭାଜପାର ସୁଭେନ୍ଦୁ ଅଧିକାରୀ।

Share