Posted inଜାତୀୟ

‘ଇସ୍ତଫା ଦେବାକୁ ପ୍ରସ୍ତୁତ’, ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ମମତାଙ୍କ ବଡ଼ ବୟାନ

କୋଲକାତା,୧୨।୯: ଲଗାତାର ଦ୍ୱିତୀୟ ଦିନ ପାଇଁ ଆନ୍ଦୋଳନରତ ଡାକ୍ତରମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ ଆଲୋଚନା କରିବାକୁ ନ ଆସିବା ପରେ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଲୋକଙ୍କ ସ୍ୱାର୍ଥରେ, ତଥା ନ୍ୟାୟ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ।’

ଏକ ବିବୃତ୍ତିରେ ମମତା ବାନାର୍ଜୀ କହିଛନ୍ତି ଯେ କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।

ତେବେ ଅଧିକ କିଛି ନ କହି ମମତା ଡାକ୍ତରମାନଙ୍କ ଏହି ଆନ୍ଦୋଳନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବାମପନ୍ଥୀ ସମର୍ଥିତ ବୋଲି ଇଙ୍ଗିତ କରିଛନ୍ତି।

ସେ କହିଛନ୍ତି, “ମୁଁ ସାଧାରଣ ଲୋକଙ୍କ ନ୍ୟାୟ ପାଇଁ ଇସଫାତ ଦେବାକୁ ପ୍ରସ୍ତୁତ ଅଛି। କିନ୍ତୁ ସେମାନେ ନ୍ୟାୟ ଚାହୁଁ ନାହାଁନ୍ତି। ସେମାନେ କେବଳ ମୋର ଚେୟାର ଚାହୁଁଛନ୍ତି।”

ଲଗାତାର ତୃତୀୟ ଦିନ ପାଇଁ ଆନ୍ଦୋଳନରତ ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇପାରି ନାହିଁ। ତେବେ ଡାକ୍ତରଙ୍କୁ ଭେଟିବା ପାଇଁ ସେ ରାଜ୍ୟ ସଚିବାଳୟରେ ଦୁଇ ଘଣ୍ଟା ଅପେକ୍ଷା କରିଥିବା ମମତା ବାନାର୍ଜୀ ଦାବି କରିଛନ୍ତି, କିନ୍ତୁ ଡାକ୍ତରମାନଙ୍କର କୌଣସି ପ୍ରତିକ୍ରିୟା ମିଳି ନଥିଲା।

ଏହି ପ୍ରସଙ୍ଗରେ ମମତା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ”ଆଲୋଚନା ସମୟର ଭିଡିଓ ରେକର୍ଡ କରିବାକୁ ପ୍ରସ୍ତୁତ କିନ୍ତୁ ଏହି ମାମଲା ବିଚାରାଧୀନ ରହିଥିବାରୁ କିଛି ସୀମା ଭିତରେ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି। ତେବେ ରେକର୍ଡ଼ିଂ କରିବାକୁ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଏବଂ ଆମେ ଆଲୋଚନା ସମୟର ଭିଡିଓକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଦେବାକୁ ପ୍ରସ୍ତୁତ।”


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିଧାନରେ ସଂଶୋଧନ ପାଇଁ ମୋଦି ସରକାରଙ୍କ ପାଖରେ ସଂଖ୍ୟା ନାହିଁ, କେମିତି ପୂରଣ ହେବ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ’ର ସ୍ବପ୍ନ…

ନୂଆଦିଲ୍ଲୀ,୧୯ା୯: ସମ୍ବିଧାନରେ ସଂଶୋଧନ କରିବାକୁ ମୋଦି ସରକାରଙ୍କ ପାଖରେ ସଂଖ୍ୟା ନାହିଁ, ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ ସ୍ବପ୍ନ କିପରି ପୂରଣ ହେବ? ଏହି ଯୋଜନାରେ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’ ପରେ ଯଦି ଭାଙ୍ଗିଯବ ସରକାର ତେବେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ନିର୍ବାଚନ ପ୍ରସ୍ତାବକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଛି। ଏହାକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ପ୍ରଥମ...

ଭାରତ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓଟଓ୍ବା,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସ୍‌ଆଇଏସ୍‌) କହିଛି, ଚାଇନା ଏବଂ ଭାରତ...

ତିରୁମାଲାଙ୍କ ପ୍ରସାଦରେ ପଶୁ ଚର୍ବି, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଭିଯୋଗ ପରେ ତୀବ୍ର ଉତ୍ତେଜନା

ହାଇଦ୍ରାବାଦ,୧୯ା୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବ ସରକାର ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ପରେ ରାଜ୍ୟର ରାଜନୀତି...

ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କୁ ବଡ଼ ଝଟକା

ମୁମ୍ବାଇ,୧୯।୯: ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସମୟରେ ଶରଦ...

ଟସ୍‌ ଜିତିଲା ବାଂଲାଦେଶ: ଭାରତକୁ ପ୍ରାରମ୍ଭିକ ଝଟ୍‌କା

ଚେନ୍ନାଇ,୧୯।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଗୁରୁବାରଠାରୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ପ୍ରଥମ ମ୍ୟାଚ...

ଖାର୍ଗେଙ୍କୁ ଖୋଲା ଚିଠି ଲେଖିଲେ ଜେପି ନଡା

ନୂଆଦିଲ୍ଲୀ,୧୯।୯: ଭାଜପା ଜାତୀୟ ଅଧ୍ୟକ୍ଷ ଜେପି ନଡା ଗୁରୁବାର କଂଗ୍ରେସ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ରାହୁଲ...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri