Categories: ଜାତୀୟ

‘ମମତା ଏତେ ପାପ କରିଛନ୍ତି, ଧୋଇବା ପାଇଁ ପୁଷ୍କର ସରୋବରରେ ଗାଧୋଇବା ଉଚିତ୍‌’

କୋଲକତା,୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗଦେବା ପରେ ଆଜମେର ଶରିଫ ଏବଂ ପୁଷ୍କର ମନ୍ଦିର ପରିଦର୍ଶନ କରିଛନ୍ତି। ଆଜମେର ଶରିଫଙ୍କ ନିକଟକୁ ଯାଇ ମମତା ଚାଦର ଅର୍ପଣ କରିଥିଲେ, ସେ ପୁଷ୍କର ମନ୍ଦିରରେ ମଧ୍ୟ ପ୍ରାର୍ଥନା କରିଥିଲେ।
ଏହାକୁ ନେଇ ବାମମୋର୍ଚ୍ଚା ଅଧ୍ୟକ୍ଷ ବିମାନ ବସୁ ମମତାଙ୍କ ଉପରେ ବର୍ଷିଥିଲେ। ସେ କହିଛନ୍ତି, ମମତା ବାନାର୍ଜୀ ଆଜମେରକୁ ଯାଇ ଚାଦର ଅର୍ପଣ କରିଥିଲେ, ଏହା ଏକ ଉତ୍ତମ କାର୍ଯ୍ୟ। ତା’ପରେ ସେ ପୁଷ୍କର ମନ୍ଦିରରେ ପୂଜା କରିଥିଲେ, କିନ୍ତୁ ପୁଷ୍କର ସରୋଭରରେ ମଧ୍ୟ ସେ ଗାଧୋଇବା ଉଚିତ୍‌। କାରଣ ସେ ଏତେଗୁଡ଼ିଏ ପାପ କରିଛନ୍ତି ଯେ ସେ ପୁଷ୍କର ସରୋଭରରେ ଗାଧୋଇବା ପରେ ତାଙ୍କ ପାପ ଧୋଇବ।

 

Share