Categories: ଜାତୀୟ

‘ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଟୁଇଟର ଉପରେ ଚାପ ପକାଉଛି କେନ୍ଦ୍ର’

କୋଲକାତା,୧୭।୬: ସବୁକିଛିକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର। ଏଥିରେ ବିଫଳ ହେଲେ ସରକାରୀ ସଂସ୍ଥା ମାଧ୍ୟମରେ ଚାପ ପ୍ରୟୋଗ କରାଯାଉଛି। ଟୁଇଟର କ୍ଷେତ୍ରରେ ସମାନ ଦେଖିବାକୁ ମିଳିଛି। ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମକୁ ଚପାଇଦେବା ପାଇଁ ପ୍ରୟାସ କରୁଛି କେନ୍ଦ୍ର। ଏଭଳି କହି କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଗୁରୁବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ସରକାର ସହ ମଧ୍ୟ କେନ୍ଦ୍ର ଏପରି ବ୍ୟବହାର ଦେଖାଇଥିଲା, ଯାହାକି ନିନ୍ଦନୀୟ।

Share