Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ମମତାଙ୍କ ପ୍ରଶ୍ନ: ଆମ ମୃତ୍ୟୁରେ କେତେ ଜିଏସ୍‌ଟି ନେବ

କୋଲକତା,୨୧।୭: ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଗୁରୁବାର ଟାର୍ଗେଟ କରିଛନ୍ତି। ଯଦି ଦହି, ଚାଉଳ, ଏପରିକି ଡାକ୍ତରଖାନା ଶଯ୍ୟା ଉପରେ ଜିଏସ୍‌ଟି ଲାଗୁ କରାଯାଇଛି, ତେବେ ମୃତ୍ୟୁ ଉପରେ କେତେ ଜିଏସ୍‌ଟି ଆଦାୟ କରାଯିବ ବୋଲି ମମତା ପ୍ରଶ୍ନ କରିଛନ୍ତି।
କୋଲକାତାରେ ଆୟୋଜିତ ଏକ ରାଲିରେ ମମତା ନିଜର ଚିରପରିଚିତ ଶୈଳୀରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ସେ କହିଥିଲେ, ଇଡି, ସିବିଆଇ ହେଉଛି ଭାଜପାର ମେରୁଦଣ୍ଡ କିନ୍ତୁ ମୋତେ କେହି ଭୟଭୀତ କରିପାରିବେ ନାହିଁ। ଭାରତର ଲୋକଙ୍କୁ ଆଉ କେତେ ଲୁଟ୍‌ କରିବ। ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରାଯାଉଛି। ତେବେ ମୃତ୍ୟୁ ଉପରେ କେତେ ଜିଏସ୍‌ଟି ଆଦାୟ କରାଯିବ।
ସୂଚନାଯୋଗ୍ୟ, ନିକଟରେ ଜିଏସ୍‌ଟି ପରିଷଦ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିଛି। ଏନେଇ ବିରୋଧୀଙ୍କ ପକ୍ଷରୁ ସରକାରଙ୍କୁ କଡ଼ା ସମାଲୋଚନା କରାଯାଉଛି।

Share