Categories: ଜାତୀୟ

ଅଖିଳେଶଙ୍କ ପାଇଁ ମମତା କରିବେ ପ୍ରଚାର, ଦଳ ଦେବନାହିଁ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଏବେ ହାତ ମିଳାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ଟିଏମସି ଏହି ନିର୍ବାଚନରେ ପ୍ରାର୍ଥୀ ଦେବନାହିଁ। ହେଲେ ମମତା ନିର୍ବାଚନ ବେଳେ ଅଖିଳେଶଙ୍କ ସପା ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି।

ମଙ୍ଗଳବାର ସମାଜବାଦୀ ପାର୍ଟିର ଉପାଧ୍ୟକ୍ଷ କିରଣମୟ ଦତ୍ତ କୋଲକାତାରେ ମମତା ଭେଟିବା ପରେ କହିଛନ୍ତି, ଫେବୃଆରୀ ୮ରେ ମମତା ଓ ଅଖିଲେଶ ମିଳିତ ଭାବେ ଲକ୍ଷ୍ନୌରେ ଆୟୋଜିତ ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ। ଏହାପୂର୍ବରୁ ଉଭୟ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ। ପରେ ଉଭୟ ନେତା ବାରାଣସୀରେ ମଧ୍ୟ ଭର୍ଚ୍ୟୁଆଲ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ଟିଏମ୍‌ସି ଉତ୍ତର ପ୍ରଦେଶରେ କୌଣସି ପ୍ରାର୍ଥୀ ଦେବନାହିଁ। ବରଂ ଦଳ ସମାଜବାଦୀ ପାର୍ଟିକୁ ବାହାରୁ ସବୁ ପ୍ରକାରର ସମର୍ଥନ କରିବ ବୋଲି ସେ ସୂଚନା ଦେଇଛନ୍ତି।

Share