Categories: ଜାତୀୟ

ଆଜି ମୋଦିଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଏହି ଗସ୍ତରେ ମମତା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟ ପାଇଁ ଏମ୍‌ଜିନରେଗା ଏବଂ ଜିଏସ୍‌ଟି ଦେୟ ସମେତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। ଏହା ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ମମତା ଅଗଷ୍ଟ ୭ରେ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗ ଦେବାର ସମ୍ଭାନା ରହିଛି। ସୂଚନାଯୋଗ୍ୟ, ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରୁବାର ସେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କ ଦଳର ଏମ୍‌ପିମାନଙ୍କୁ ଭେଟି ସଂସଦର ଅଧିବେଶନ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା କରିଛନ୍ତି ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି।

Share