କୋଲକାତା,୩।୪: ପଶ୍ଚିମବଙ୍ଗରେ ରାମ ନବମୀ ଉତ୍ସବରେ ହୋଇଥିବା ହିଂସାକାଣ୍ଡ ପରେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହନୁମାନ ଜୟନ୍ତୀ ଉତ୍ସବରେ ଯେପରି କୌଣସି ହିଂସାକାଣ୍ଡ ନ ହୁଏ ସେଥିପାଇଁ ଚେତାବନୀ ଦେଇଛନ୍ତି। ପୂର୍ବ ମେଦିନାପୁର ଖେଜୁରୀରେ ଏକ ବୈଠକରେ ସେ କହିଛନ୍ତି, ରାମ ନବମୀରେ ଘଟିଥିବା ଘଟଣା ଭଳି ଏପ୍ରିଲ ୬ରେ ହେବାକୁ ଥିବା ହନୁମାନ ଜୟନ୍ତୀରେ ମଧ୍ୟ ଘଟାଇବାକୁ ଯୋଜନା ହୋଇପାରେ। ତେଣୁ ସମସ୍ତଙ୍କୁ ସତର୍କ କରାଇଦେବାକୁ ଚାହୁଁଛି। ଆମେ ବଜରଙ୍ଗଦଳକୁ ସମ୍ମାନ ଦେଉଛୁ। ହେଲେ ଦଙ୍ଗା ପାଇଁ ଯୋଜନା ଥାଇପାରେ ବୋଲି କୌଣସି ଦଳର ନାମ ନ ନେଇ ମମତା କହିଛନ୍ତି।