Categories: ଜାତୀୟ

ଭାଜପାକୁ ଚେତାଇଲେ ମମତା: କହିଲେ ‘ମୁଁ ଜଣେ ହିନ୍ଦୁ, ମୋ ସହ ହିନ୍ଦୁ କାର୍ଡ ଖେଳନାହିଁ’

ନନ୍ଦିଗ୍ରାମ,୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରୁଥିବା ବେଳେ ମଙ୍ଗଳବାର ହାଇ ପ୍ରୋଫାଇଲ୍‌ ସିଟ୍‌ ‘ନନ୍ଦିଗ୍ରାମ’ରୁ ଗର୍ଜିଛନ୍ତି ସେ। ବୁଧବାର ସେ ଏଠାରୁ ନାମାଙ୍କନ ପତ୍ର ଦାଖଲ କରିବେ। ଏହାପୂର୍ବରୁ ସଭାରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ମମତା ଭାଜପାକୁ ହିନ୍ଦୁ କାର୍ଡ ନ ଖେଳିବାକୁ ଉପଦେଶ ଦେଇଛନ୍ତି

ମମତା କହିଛନ୍ତି, ମୁଁ ବି ଜଣେ ହିନ୍ଦୁ। ଏଣୁ ମୋ ସହ ହିନ୍ଦୁ କାର୍ଡ ଖେଳ ନାହିଁ। ସକାଳେ ଚଣ୍ଡି ପାଠ କରି ମୁଁ ଘରୁ ବାହାରେ। ଏବେ ଆପଣଙ୍କୁ ଶୁଣାଉଛି। ଯେଉଁମାନେ ହିନ୍ଦୁ-ମୁସଲମାନ କରି ରାଜନୀତି କରୁଛନ୍ତି, ଶୁଣି ନିଅନ୍ତୁ। ପାଦ ଘୋଷାଡି ମିଛ କୁହନ୍ତୁ ନାହିଁ। ଆଗାମି ଦିନରେ ନନ୍ଦିଗ୍ରାମର ମଡେଲ ପ୍ରସ୍ତୁତ କରିବି। ଏପ୍ରିଲ ୧ରେ ତାଙ୍କୁ ଏପ୍ରିଲ ଫୁଲ୍‌ କରିଦିଅନ୍ତୁ। ନିର୍ବାଚନ ପରେ ତାଙ୍କ ଜିଭରେ କେତେ ବଳ ଅଛି ତାହା ଦେଖିବି। ମିଠା ଖାଆନ୍ତୁ, ମୁଖର ସ୍ବାଦ ବଦଳାନ୍ତୁ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ ଗାଁର ଝିଅ। ଏଥର ନନ୍ଦିଗ୍ରାମ ନଚେତ ସିଙ୍ଗୁରରୁ ଲଢ଼ିବାକୁ ଭାବିଥିଲେ। ନନ୍ଦିଗ୍ରାମ ବିକାଶର ମଡେଲ କରିବାକୁ ଚାହୁଁଛନ୍ତି। ସମସ୍ତେ ତାଙ୍କୁ ସ୍ବିକାର କରିଛନ୍ତି। ଏଣୁ ନନ୍ଦିଗ୍ରାମ ଆସିଛି। ଯଦି ଏଠାରୁ ଲଢ଼ିବାକୁ ଆପଣ ସମର୍ଥନ କରିବେ ନାହିଁ ତେବେ ନାମାଙ୍କନ ଦାଖଲ କରିବେ ନାହିଁ। ସ୍ବିକୃତି ପରେ ହିଁ  ନାମାଙ୍କନ ଭରିବେ ବୋଲି ସେ କହିଛନ୍ତି।

Share